ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ବିସ୍ଫୋରକ ବୟାନ । ଟାର୍ଗେଟ ହେବା ଆଶଙ୍କା ଥିବାରୁ ବିଚାରପତିମାନେ ଜାମିନ ଦେବାକୁ କୁଣ୍ଠିତ ହେଉଛନ୍ତି ବୋଲି କହିଛନ୍ତି ସିଜେଆଇ । ବାର କାଉନସିଲ ଅଫ ଇଣ୍ଡିଆର ଏକ ଉତ୍ସବରେ ଯୋଗ ଦେଇ ସିଜେଆଇ କହିଛନ୍ତି ତୃଣମୂଳସ୍ତରରେ ବିଚାରପତିମାନେ ଟାର୍ଗେଟ ହେବା ଆଶଙ୍କା କରି ଜାମିନ ପ୍ରଦାନ କରୁନଥିବାରୁ ଉଚ୍ଚକୋର୍ଟ ଗୁଡିକରେ ଜାମିନ୍ ଆବେଦନ ବୋଝ ବଢୁଛି । ଜାମିନ୍ ପ୍ରଦାନ ନକରିବାର କାରଣ ଏହା ନୁହେଁ ଯେ, ସେମାନେ ଅପରାଧରର ଗୁରୁତ୍ୱ ବୁଝୁ ନାହାନ୍ତି I ବରଂ ଜଘନ୍ୟ ମାମଲାରେ ଏଥିପାଇଁ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯେ କାଳେ ସେମାନଙ୍କୁ ଆକ୍ରମଣ କରାଯିବ।”

ବାର୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସିଜେଆଇ ଏହା କହିଥିବା ବେଳେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରାଜୁ ଉତ୍ସବରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସେ କହିଛନ୍ତି, ବହୁ ଆଇନଜୀବୀ ଟ୍ରାନ୍ସଫର କେସ୍ କ୍ଷେତ୍ରରେ ସିଜେଆଇଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି ।

ସୂଚନା ଥାଉକି, ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ । ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନ ବିଚାରପତି ରହିବେ ।

LEAVE A REPLY

Please enter your comment!
Please enter your name here