ଧିରେ ଧିରେ ପର୍ଦ୍ଦାଫାସ ହେଉଛି ଭଣ୍ଡ ବାବାଙ୍କ ଗୁମର । ଖୋଲୁଛି ଠକ ବାବା ବିଜୟାନନ୍ଦ ଚୌଧୁରୀଙ୍କ ଠକେଇର ଫର୍ଦ୍ଦ । ଗଞ୍ଜାମ ଜିଲ୍ଲାର ଜଣେ ଠିକାଦାରଙ୍କୁ ଏହି ଭଣ୍ଡ ବାବା ୨୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ଅଭିଯୋଗ ହୋଇଛି । ଟେଣ୍ଡର ଦେବା ନାଁରେ ବାବା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ବାବାଙ୍କର ଦୁଇଟି ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ସିଜ୍ କରାଯାଇଛି । ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସିର ଜାଲ ଡକ୍ୟୁମେଣ୍ଟ ଦେଇ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ବାବାଙ୍କୁ ରବିବାର ଗିରଫ କରାଯାଇଥିଲା । ଏପରିକି ବିଭିନ୍ନ ଲୋକଙ୍କ ପାଖରୁ ବାବାଙ୍କ ଆକାଉଣ୍ଟରେ ବଡ ପରିମାଣର ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ଚୌଦାରରୁ ଢେଙ୍କାନାଳ ଯିବା ରାସ୍ତାରେ ରହିଛି ବାବାଙ୍କ ଆଶ୍ରମ । ହେଲେ କଟକ ସେକ୍ଟର ୧୦ର ବିଡ଼ାନାସି ଅଞ୍ଚଳରେ ରହୁଥିଲେ ବାବା ।

LEAVE A REPLY

Please enter your comment!
Please enter your name here