୧୫ ବର୍ଷର ବ୍ୟବଧାନ ପରେ ଆଡିଲେଡ୍ ଓଭାଲଠାରେ ଭାରତୀୟ ଦଳର ପ୍ରଥମ ବିଜୟ । ଆଡିଲେଡ୍ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୩୧ ରନ୍ରେ ଜିତି ନେଇଛି। ପ୍ରଥମ ଟେଷ୍ଟରେ ଏହି ଦମଦାର ବିଜୟ ସହିତ ଭାରତ ୧-୦ରେ ଟେଷ୍ଟ ସିରିଜରେ ଅଗ୍ରଣୀ ଲାଭ କରିଛି । ସେପଟେ ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ୨୯୧ରେ ଅଲ୍ ଆଉଟ୍ ହୋଇଛି। ଭାରତର ସ୍କୋର ରହିଛି ୨୫୦ ଓ ୩୦୭ ରନ୍ । ସେହିପରି ଅଷ୍ଟ୍ରେଲିଆ ସ୍କୋର ରହିଛି ୨୩୫ ଓ ୨୯୧ ରନ୍ । ବୁମ୍ରା, ଅଶ୍ୱିନୀ ଓ ସାମିଙ୍କୁ ୩ଟି ଲେଖାଏଁ ଓ୍ଵିକେଟ ମିଲିଛି। ମ୍ୟାଚରେ ଏକମାତ୍ର ଶତକୀୟ ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଛି । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ୧୪ ତାରିଖଠାରୁ ପର୍ଥଠାରେ ଖେଳାଯିବ । ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।