ଆସନ୍ତାକାଲିଠାରୁ ସଟଡାଉନ୍ ଆରମ୍ଭ । ଶନିବାର ଏବଂ ରବିବାର ଦୁଇଦିନ ସଟ୍‌ଡାଉନ୍ ରହିବ ସବୁ ସହରାଞ୍ଚଳ । କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ କାଲି ପୋଲିସ ଚେକିଂ କରିବ । କଟକରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ରହିବେ । ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ , ୧୫୦ ଅଫିସର ଦାୟିତ୍ୱରେ ରହିବେ । ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାଆସ ସହଜ କରିବେ । ସମସ୍ତଙ୍କୁ କଟକଣା ପାଳନ କରିବାକୁ ନିବେଦନ କରିଛନ୍ତି କମିଶନର ସୌମେନ୍ଦ ପ୍ରିୟଦର୍ଶୀ । ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି କମିଶନର

LEAVE A REPLY

Please enter your comment!
Please enter your name here