ଆମେରିକା ସମଗ୍ର ବିଶ୍ବରେ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ବୋଲି ଯେଉଁ ଦେଶ ପ୍ରତି ଯାହା ଆକ୍ଷେପ କରିବ, ତାହାଲ ଗ୍ରହଣ ଯୋଗ୍ୟ ନୁହେଁ । ମାତ୍ର ଆମେରିକାର ପ୍ରଭାବ ପାଇଁ ଭାରତ ସମେତ ଅଧିକାଂଶ ଦେଶ ଆମେରିକା ବିରୋଧରେ ମୁହଁ ଖୋଲିବାକୁ ଭୟ କରନ୍ତି । ଆମେରିକା ସଂପର୍କରେ କିଛି କହିବା ବେଳେ ମାପିଚୁପି କଥା କୁହନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ ସଂପର୍କ ଅତ୍ୟନ୍ତ ମଧୁର ଏବଂ ମୋଦିଙ୍କ ନେତୃତ୍ବରେ ଭାରତର ବୈଦେଶିକ ସଂପର୍କ ବହୁତ ଭଲ ବୋଲି ବାହାରକୁ କହି ଆସୁଥିଲେ ହେଁ ଭିତରର ଚିତ୍ର ଅଲଗା । ଆମେ ଟ୍ରମ୍ପ ଟ୍ରମ୍ପ କହି ଖୁସି ହେଉଛୁ, ଟ୍ରମ୍ପ ହାତ ମିଳେଇ ଦେଲେ କି କାନ୍ଧରେ ହାତ ରଖିଦେଲେ ଗଦଗଦେଇ ହୋଇଯାଉଛୁ । କିନ୍ତୁ ଟ୍ରମ୍ପ ବାସିରେ ପଚାରନ୍ତି ନାହିଁ । ଉପରକୁ ଭାରତ ଆମର ବନ୍ଧୁ ରାଷ୍ଟ୍ର ବୋଲି କହି ଆସୁଥିବା ଟ୍ରମ୍ପଙ୍କ ଭାଷା ଭାରତ-ଆମେରିକାର ସବୁ ସଂପର୍କକୁ ଧୂଳିସାତ୍ କରିଦେଇଛି । ଭାରତ ଉପରେ 25 ପ୍ରତିଶତ ତାରିଫ ଲାଗୁ କରିବାଠୁ ଆହୁରି କଷ୍ଟକର ହୋଇଛି ଟ୍ରମ୍ପଙ୍କ ଭାଷା । ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି କହିବା ସହ ଋଷ୍ ସହ ମିଶି ଭାରତ ବୁଡି ମରୁ ବୋଲି କହି ଭାରତ ପ୍ରତି ବିଦ୍ରୁପ କରିଛନ୍ତି ।
ଋଷ ସହ ଭାରତର ସଂପର୍କକୁ ନଗଣ୍ୟ କରିବା ପାଇଁ ସେ ଅତି ଅରୁଚିକର ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଭାରତ ଋଷ ସହ କଣ କରୁଛି, ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । କାରଣ ଉଭୟ ଦେଶର ଅର୍ଥନୀତି ମୃତ । ଉଭୟ ମିଶି ମୃତ ଅର୍ଥନୀତି ଭିତରେ ଡୁବି ମରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି । ଭାରତ ପ୍ରତି ଟ୍ରମ୍ପଙ୍କ ମନ୍ତବ୍ୟ ଅପମାନଜନକ । ଭାରତକୁ ସେ ଜାଣିଶୁଣି ଅପମାନିତ କରିବା ସହ ପାକିସ୍ତାନରେ ବୃହତ ତୈଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ବୁଝାମଣାପତ୍ର କରିଛନ୍ତି । ପାକିସ୍ତାନକୁ ଭାରତ ଯେତେ ଆତଙ୍କବାଦୀ ରାଷ୍ଟ୍ର ବୋଲି କହିଲେ ବି ଆମେରିକା ପାକିସ୍ତାନକୁ ବନ୍ଧୁ ରାଷ୍ଟ୍ର ଭାବେ ବିବେଚନା କରୁଛି ।
ଟ୍ରମ୍ପଙ୍କ ମନ୍ତବ୍ୟକ ଭାରତକୁ ପଛରୁ ଛୁରିକାଘାତ ସଦୃଶ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ଅନ୍ୟପକ୍ଷରେ ଆଜି ସଂସଦରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟେଲ କହିଛନ୍ତି ଦେଶର ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ଆମେ ପଦକ୍ଷେପ ନେବୁ ।

LEAVE A REPLY

Please enter your comment!
Please enter your name here