ଆଉ ଭୁବନେଶ୍ୱର ନୁହେଁ, ଏଥର କେନ୍ଦ୍ର ଅବହେଳା ପ୍ରତିବାଦରେ ଦିଲ୍ଲୀ ଯିବ ବିଜେଡି । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀରେ ଧାରଣା ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି । ଆସନ୍ତା ୮ ତାରିଖରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ନ ବୀନ ପଟ୍ଟନାୟକ ସାମିଲ ହେବେ । ଦିନ ତମାମ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ସାଂସଦ, ବିଧାୟକ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବେ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଜେଡି ଦାବି କରିଆସୁଛି ।

LEAVE A REPLY

Please enter your comment!
Please enter your name here