ଡିଆରଡିଓ ତଥ୍ୟ ଲିକ୍ ମାମଲା । ଦୁବାଇରୁ ଆସିଥିଲା ଟଙ୍କା । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିଲା 24 ହଜାର ଟଙ୍କା । ରାଜସ୍ଥାନ ଯୋଧପୁରର ମିଲିଟାରୀ ଇଂଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ୍ ତଥ୍ୟର ଖୋଳତାଡ କରିବା ବେଳେ ଚାନ୍ଦିପୁର ଡିଆରଡିଓ ହନିଟ୍ରାପ ସଂପର୍କରେ ତଥ୍ୟ ମିଳିଥିଲା । ଗତ ଅକ୍ଟୋବର 15 ତାରିଖରେ ଯୋଧପୁର ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ କରାଯାଇଥିବା ସଂପର୍କରେ ରାଜସ୍ଥାନ ସିଆଇଡିକୁ ସୂଚନା ମିଳିଥିଲା । ହନିଟ୍ରାପ କରିଥିବା ଯୁବତୀଙ୍କ ସଂପର୍କରେ ତଦନ୍ତ କରୁଥିବା ବେଳେ ଚାନ୍ଦିପୁର ଡିଆରଡିଓର ହନିଟ୍ରାପ ହୋଇଥିବା କର୍ମଚାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ସଂପର୍କରେ ସୂଚନା ମିଳିଥିଲା । ଏ ସଂପର୍କରେ ରାଜସ୍ଥାନ ସିଆଇଡି ଓଡିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରି ଅଧିକ ତଦନ୍ତ କରୁଛନ୍ତି ।

ସୁନ୍ଦରୀ ଯୁବତୀଙ୍କୁ ମାଧ୍ୟମ କରି ଅନ୍ୟ ଦେଶର ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ଅନେର ରାଷ୍ଟ୍ର ବିଭିନ୍ନ ଏଜେନ୍ସି ଜରିଆରେ ଏଭଳି ହନିଟ୍ରାପ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଦେଶର ପ୍ରତିରକ୍ଷା ସଂପର୍କିତ ସଂସ୍ଥାର ଗୁପ୍ତତଥ୍ୟ ହାସଲ ପାଇଁ କର୍ମଚାରୀଙ୍କ ସହ ସୁନ୍ଦରୀ ଯୁବତୀମାନେ ସଂପର୍କ ସ୍ଥାପନ କରିଥାନ୍ତି । ସେମାନେ କୌଶଳକ୍ରମେ କର୍ମଚାରୀଙ୍କ ସହ ପ୍ରଥମେ ଫ୍ରେଣ୍ଡସିପ୍ କରିବା ପରେ ଟଙ୍କା ଅଥବା ସେକ୍ସ କରିବାର ପ୍ରଲୋଭନ ଦେଖାଇଥାନ୍ତି । ଦୁର୍ବଳ କର୍ମଚାରୀ ହନିଟ୍ରାପର ଶୀକାର ହେବା ପରେ ସେମାନଙ୍କୁ ନିଜ ଦେଶର ଗୁପ୍ତତଥ୍ୟ ପ୍ରଦାନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here