ଆଜି ସକାଳୁ କେରଳର କାଲାମାସେରୀ ସ୍ଥିତ ଏକ ସମ୍ମିଳନୀ କକ୍ଷରେ ଚାଲିଥିଲା ପ୍ରାର୍ଥନା ସଭା । ପ୍ରାୟ ଦୁଇହଜାର ଖ୍ରୀଷ୍ଟଧର୍ମାବଲମ୍ବୀ ପ୍ରାର୍ଥନା ପାଇଁ ଏକତ୍ରୀତ ହୋଇଥିଲେ । ହଠାତ ସମ୍ମିଳନୀ କକ୍ଷର ମଧ୍ୟସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଚତୁର୍ଦ୍ଦିଗ ଧୁଆଁରେ ଭର୍ତ୍ତି ହୋଇଗଲା । ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ଆଉଥରେ ବିସ୍ଫୋରଣ ହୋଇଥିଲା । ସିରିଜ୍ ବିସ୍ଫୋରଣ ପରେ ପ୍ରାଣ ବଞ୍ଚେଇବା ପାଇଁ ଲୋକେ ଧାଁ ଧଉଡ ଆରମ୍ଭ କରିଦେଇଥିଲେ । ଫଳରେ ଦଳାଚକଟା ଯୋଗୁ ଅନେକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆହତ ହୋଇଛନ୍ତି । 18 ଜଣଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । କୋଚି ସହର ଠାରୁ 10 କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଟିଫିନ ଭିତରେ ବୋମା ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । କେରଳ ବିସ୍ଫୋରଣ ପରେ ଦେଶର ବିଭିନ୍ନ ସହରରେ ହାଇଆଲର୍ଟ ଜାରି କରାଯାଇଥିଲା । ତେବେ କେରଳ ବିସ୍ଫୋରଣର କିଛି ଘଣ୍ଟା ପରେ ଜଣେ 48 ବର୍ଷୀୟ ବ୍ୟକ୍ତି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here