ସାରା ଦେଶବାସୀଙ୍କୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୧ ତମ ଏପିସୋଡରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଏଥର ମନ କି ବାତ୍ ସବୁଠୁ ଗୁରୁତ୍ୱୂପର୍ଣ୍ଣ । ଏହାର କାରଣ ହେଉଛି ସ୍ୱାଧୀନତା ଦିବସ । ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ସାରା ଦେଶ ଏକ ଅଦ୍ଭୁତ ଓ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି’ ।ସହିଦ ଉଦ୍ଧମ ସିଂହଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅଗଷ୍ଟ ୧୩ ରୁ ୧୫ ତାରିଖ ଯାଏଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ।ଏହି ୩ ଦିନ ‘ହର ଘର ତ୍ରିରଙ୍ଗା’ ଆୟୋଜିତ ହେବ । ସାରା ଦେଶବାସୀ ଏହି ଦିନ ନିଜ ନିଜ ଘର ଉପରେ ଜାତୀୟ ପତାକାକୁ ଉଡାଇବାକୁ ଅପିଲ କରିଛନ୍ତି ମୋଦୀ ।

LEAVE A REPLY

Please enter your comment!
Please enter your name here