ମଙ୍ଗଳବାରଦିନ ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟା ନିଷ୍କାସିତ ହୋଇଛି. ଗେଟ୍ ନଂ 7 ଖୋଲାଯାଇ ବନ୍ୟାଜଳ ଛଡାଯାଇଛି. ଉପରମୁଣ୍ଡରେ ପ୍ରବଳ ବର୍ଷ ଯୋଗୁଁ ଜଳ ପତ୍ତନ ବୃଦ୍ଧି ପାଇବାରୁ ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି.

ପ୍ରଥମ ଦିନରେ 10ଟି ଗେଟ୍ ଖୋଲାଯିବ. ଆବଶ୍ୟକ ସ୍ଥଳେ 15ଟି ଗେଟ୍ ଖୋଲାଯିବାର ପ୍ରସ୍ତାବ ରହିଛି ବୋଲି ସମ୍ବଲପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିବା କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା.

ଜଳ ନିଷ୍କାସନ କରାଯାଇ ଜଳପତ୍ତନକୁ ନିୟନ୍ତ୍ରଣ କରାଯିବାର ଯୋଜନା ରହିଛି. ଜଳ ନିଷ୍କାସନ ପୂର୍ବରୁ ହୀରାକୁଦର ଜଳସ୍ତର 617.60 ଫୁଟ୍ ଥିବା ରେକର୍ଡ କରାଯାଇଛି.

 

 

 

 

 

 

LEAVE A REPLY

Please enter your comment!
Please enter your name here