ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ୍ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି । ଜଷ୍ଟିସ ୟୁ.ୟୁ ଲଳିତଙ୍କ ଅବସର ପରେ ଜଷ୍ଟିସ ଚନ୍ଦ୍ରଚୂଡ ଦେଶର 50 ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ପରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଦେଶର ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରଥମ ପ୍ରାଥମିକତା ହେବ । ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସେ ପ୍ରୟାସ କରିବେ ।

ନଭେମ୍ବର 10, 2024 ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଭାବେ କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here