ଟ୍ୱିନ୍‌ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଦାୟିତ୍ୱ ଗ୍ରହଣ ପୂର୍ବରୁ ସୌମେନ୍ଦ୍ରଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଦାୟିତ୍ୱ ଗ୍ରହଣ ପରେ ସୌମେନ୍ଦ୍ର କହିଛନ୍ତି, ଦୁଇ ମହାନଗରିରେ ଆଇନ ଶୃଙ୍ଖଳା ରକ୍ଷା କରିବା, ମହାନଗରବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା ସହିତ ଅପରାଧ ରୋକିବାକୁ ସେ ଗୁରୁତ୍ୱ ଦେବେ । ଏହାସହ ବିଦାୟୀ ପୋଲିସ କମିଶନରଙ୍କ ବାକି ରହିଥିବା କାମକୁ ପୂରା କରିବେ ବୋଲି କହିଛନ୍ତି ସେ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍ ର ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କାଲି ସରକାର ନୂଆ କମିଶନରଭାବେ ନିଯୁକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here