ଦୁର୍ଘଟଣା ସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ୱେଳଇଣ୍ଟନ ହସ୍ପିଟାଲ ନିଆଯାଇଛି । ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର ହୋଇଛି । ୪ ମୃତଦେହ ସହ ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ତାମିଲନାଡୁ ଜୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର M1 17 – V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିଲେ । ବିପିନ ରାୱତଙ୍କ ସହ ଥିଲେ ତାଙ୍କ ପତ୍ନୀ । ଦୁର୍ଘଟଣା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଭାରତୀୟ ବାୟୁସେନା । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ । ହେଲିକପ୍ଟରରେ ମୋଟ ୧୪ ଜଣ ଥିଲେ । ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । କେଉଁ ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା, ସେ ନେଇ ତଦନ୍ତ ଆଦେଶ ଦେଇଛି ବାୟୁସେନା । ୱେଲିଂଟନ ଏୟାରବେସରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଡିଏସ ରାଓ୍ବତ ଯାଉଥିଲେ ଏବଂ ଦିନ ୨ଟା ୪୫ରେ ତାଙ୍କର ବକ୍ତବ୍ୟ ଦେବାର ଥିଲା । ମାତ୍ର କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here