ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ପୁରୀ ଲୋକସଭା ପ୍ରର୍ଥୀ ପିନାକୀ ମିଶ୍ର। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବବି ମହାନ୍ତି ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ଏଡିଆର୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କର ମୋଟ ସଂପତ୍ତି ପରିମାଣ ୧୧୭ କୋଟି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସମ୍ୱଲପୁର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୨୬ କୋଟି। ତୃତୀୟ ସ୍ଥାନରେ ରହିଛନ୍ତି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କେପି ସିଂହଦେଓ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୫ କୋଟି ରହିଛି।

ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବଡ଼ମ୍ବାର ବବି ମହାନ୍ତି ସବୁଠାରୁ ଧନୀ । ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୬୦ କୋଟି ରହିଛି। ତୃତୀୟ ବଡ଼ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୪୬ କୋଟି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
ତୃତୀୟ ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦୀତା କରୁଥିବା ୪୨ ବିଧାନସଭାର ୩୫୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ କୋଟିପତି ଥିବା ରିପୋର୍ଟରେ କୁହାଯାଇଛି। ଏହି ପର୍ୟ୍ୟାୟରେ ମୋଟ ୩୮ ଜଣ ମହିଳା ଅର୍ଥାତ ୧୧ ପ୍ରତିଶତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here