ମୁଖ୍ୟ ନିର୍ବାଚନ ଅଧୀକାରିଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ଗତକାଲି କେନ୍ଦ୍ରାପଡାର ଆଳି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ଏବଂ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ରାଲି ଚାଲିଥିବାବେଳେ ବିଜେଡିର କିଛି ଗୁଣ୍ଡା ଏବଂ ବିଜୁ ଯୁବବାହିନୀର କର୍ମୀମାନେ ଆକ୍ରମଣ କରିଥିଲେ ଏବଂ ଗାଡି ଭଙ୍ଗାରୁଜା କରିଥିଲେ ବୋଲି ଅଭିଯୋଗ କରିଛି ବିଜେପି । ବିଜୁ ଜନତା ଦଳ ରାଜନୈତିକ ହିସାଂ ଖେଳାଉଛି ବୋଲି ବିଜେପି ପ୍ରତିନିଧୀ ସମୀର ମହାନ୍ତି,ଲେଖାଶ୍ରୀ ସାମନ୍ତସିଂହାର ଏବଂ ସୋନାଲୀ ସାହୁ ନିର୍ବାଚନ କମିଶନକୁ ଜଣାଇବା ସହ ଆକ୍ରମଣ ବେଳର ଫୋଟ ମଧ ନିର୍ବାଚନ କମିଶନ ପାଖରେ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here