ଧିରେ ଧିରେ ଚିନ୍ତା ବଢାଉଛି କରୋନା । ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ପୁଣି ରାଜ୍ୟରେ ଆଉ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ଏହି ସୁଚନା ଦେଇଛନ୍ତି । କାଲି ମୋଟ ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା ଏବଂ ଏଥିରୁ ୫ ପଜିଟିଭ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି । ଏବଂ ଏହି ୫ ପଜିଟିଭଙ୍କ ମଧ୍ୟରୁ ଜଣେ ଯାଜପୁରର ଏବଂ ଆଉ ୪ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଭୁବନେଶ୍ୱରର ୪ ପଜିଟିଭଙ୍କ ମଧ୍ୟରୁ ଜଣେ ଝାରପଡା ଅଞ୍ଚଳର । ଅନ୍ୟ ୩ ଜଣ କରୋନା ପଜିଟଭ ବମିଖାଲ ଅଞ୍ଚଳର । ଝାରପଡା ଅଞ୍ଚଳର ଆକ୍ରାନ୍ତ ୫୦ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତି । ଝାରପଡା ଆକ୍ରାନ୍ତ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା । ବମିଖାଲରେ ଚିହ୍ନଟ ଆଉ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ପୁରୁଷ, ଜଣେ ମହିଳା । ଆକ୍ରାନ୍ତ ୨ ପୁରୁଷ ୫୧ ଓ ୭୦ ବର୍ଷ ବୟସ୍କ । ମହିଳା ଆକ୍ରାନ୍ତଙ୍କ ବୟସ୍କ ୫୧ ।

LEAVE A REPLY

Please enter your comment!
Please enter your name here