89 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର । ନିଜ କଣ୍ଠରେ ସାରା ଦୁନିଆକୁ ବାନ୍ଧି ରଖିଥିବା ଲତା ନିଜ ଜନ୍ମଦିନକୁ ଆଜି ପାଳନ କରିଛନ୍ତି । ୧୩ ବର୍ଷ ବୟସରେ ମରାଠି ଫିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରଅର ଆରମ୍ଭ କରିଥିଲେ ଲତା । ପ୍ରାୟ ୧ ହଜାରରୁ ଉର୍ଦ୍ଧ ଫିଲ୍ମରେ ଗୀତ ଗାଇଛନ୍ତି ଏହି ପ୍ରଖ୍ୟାତ ଗାୟିକା । ଗୋଟେ ଥର ତାଙ୍କ ଗୀତ ଶୁଣିଲେ ଯେ କେହି ନା ଦିୱାନା ହୋଇଯାଆନ୍ତି । ୧୯୨୯ସେପ୍ଟେମ୍ବର ୨୮ ଇନେ୍ଦାରର ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲତା । ତାଙ୍କ କଣ୍ଠରେ ସେ ଅନେକ ଲୋକଙ୍କୁ ପାଗଳ କରିଦେଇଛନ୍ତି । ମଦର ଇଣ୍ଡିଆ, ଆରାଧନା, ହମ ଆପକେ ହେ କୌନ, ପୁକାର ଦିଲୱାଲେ, ମୋହବତେ ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ କଣ୍ଠଦାନ କରିଛନ୍ତି ।
ଲତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥ୍ରିଏଟର ଆର୍ଟିଷ୍ଟ ଥିଲେ । ପ୍ରଥମେ ଲତା ଅଭିନୟରେ କ୍ୟାରିଅର ଆରମ୍ଭ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ଭାଗ୍ୟରେ ବୋଧେ ଥିଲା କିଛି ନିଆରା । ଲତା ଯେବେ ୧୩ ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସଂପୂର୍ଣ୍ଣ ପରିବାରର ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଆସିଥିଲା । ପରିବାରର ଭରଣ ପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ଆଜି ସେ ଆଜି ବେଶ୍ ପରିଚିତ ଏବଂ ସୁନାମଧନ୍ୟ ଗାୟିକା ଭାବେ ପରିଚିତ । ମରାଠି ଫିଲ୍ମ ‘ପହଲୀ ମଙ୍ଗଲା’ ଗୌରରେ ସେ ଅଭିନୟ କରିଥିଲେ । ଏହି କଣ୍ଠଶିଳ୍ପୀ ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ , ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ୨୦ରୁ ଉର୍ଦ୍ଧ ଭାଷାରେ ଗୀତ ଗାଇଛନ୍ତି ।

ଏହି ଅବସରରେ ତାଙ୍କ ଜୀବନର ଅନେକ ଅକୁହା କଥା ସାମ୍ନାକୁ ଆସିଛି । ଏହି ମହାନ କଳାକାର ଯେ ଆଦୌ ପାଠପଢି ନାହାଁନ୍ତି ତାହା ଅନେକ ଦର୍ଶକ ବିଶ୍ୱାସ କରି ପାରିବେ ନାହିଁ । ସ୍କୁଲରେ ନିଜ ସାଙ୍ଗସାଥୀଙ୍କ ସହ ଗୀତ ଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରୋସôାହିତ କରୁଥିଲେ । ଏଥିପାଇଁ ଦିନେ ତାଙ୍କୁ ଶିକ୍ଷକ ଗାଳି ଦେଇଥିଲେ । ସେହିଦିନଠାରୁ ସ୍କୁଲ ପାଠପଢା ଅଧାରୁ ଛାଡିଦେଇଥିଲେ ଲତା । ଏହାସତ୍ତ୍ୱେ ବି ତାଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ଟି ଡକ୍ଟରେଟ ଉପାଧି ମିଳିଥିଲା । ସେ ଖୁବ କମ୍ ବୟସରେ ନିଜର କଳା ମାଧ୍ୟମରେ ଅନେକଙ୍କ ହୃଦୟ ଜିତିପାରିଥିଲେ ।
ଲତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛଟିଛି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ଦଶନ୍ଧି ଧରି ଆପଣ ଭାରତୀୟ ସଙ୍ଗୀତକୁ ନିଜର ସୁମଧୁର କଣ୍ଠରେ ବାନ୍ଧି ରଖିଛନ୍ତି ବୋଲି ମୋଦି ଟୁଇଟ କରିଛନ୍ତି । ଏଥିସହ ଲତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here