ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ  । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଯାଇଛି । ତେବେ ଦିନ ଗୋଟାଏ ସୁଦ୍ଧା ୪ଟି ଜାଗାରୁ ୪୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି  । ତେବେ କିଛି ଜାଗାରେ ବିଳମ୍ବରେ ଭୋଟ ହୋଇଛି  । ମାଓପ୍ରବଣ ଅଞ୍ଚଳରେ ଅପରାହ୍ନ ୪ ସୁଦ୍ଧା ଭୋଟ ସରିବାକୁ ନିର୍ଦ୍ଦେଶ ଥିବା ବେଳେ ଅନ୍ୟ ଜାଗରେ ଦିନ ୬ଟା ଯାଏ ଭୋଟ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି  । ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ଗୋଟାଏ ସୁଦ୍ଧା ୪୧ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି,“କିଛି ଜାଗାରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଖବର ଆସିଥିଲା । ମରାମତି ପରେ ୩୦/୪୦ ମିନିଟ୍‌ ବିଳମ୍ବରେ ଭୋଟିଂ ଆରମ୍ଭ ହୋଇଥିଲା। ବିଳମ୍ବରେ ଆରମ୍ଭ ହୋଇଥିବା ଜାଗାରେ ଭୋଟିଂ ଅବଧି ବଢ଼ିବ ନାହିଁ। ତେବେ ନିର୍ଦ୍ଧାରିତ ସମୟରେ ଧାଡ଼ିରେ ଥିବା ଭୋଟର ଭୋଟ୍‌ ଦେଇପାରିବେ।”

LEAVE A REPLY

Please enter your comment!
Please enter your name here