୨୦୧୯ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ରହିଛି। ନବଗଠିତ ପିସିସି କମିଟିର ପ୍ରଥମ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଦେଇଥିବା ସୁଚନା ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ୫୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଦଳ।
ଅନ୍ୟପଟେ ଆଜିଠାରୁ ନବଗଠିତ ପିସିସି କମିଟି ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ଏଥିରେ ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସଭାପତି ନିରଞ୍ଜନ ପଟନାୟକ ସମେତ ବହୁ ବରିଷ୍ଠ ନେତୃବୁନ୍ଦ ଏବଂ ସମସ୍ତ ଜିଲ୍ଲାର ସଭାପତି ମାନେ ଯୋଗ ଦେଇଥିଲେ। ଆସନ୍ତାକାଲି ଦଳର ନିର୍ବାଚନ କମିଟି ବୈଠକ ବସିବାକୁ ସ୍ଥିର ହୋଇଛି।

LEAVE A REPLY

Please enter your comment!
Please enter your name here