ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଦିନ ୨ଟା୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଛି ତାତି । ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ତାତି ବଢୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ । ୨୫ରୁ ୨୭ ହିଟ୍ ୱେଭ ଜାରି ହୋଇଛି । ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର , ମୟୂରଭଞ୍ଜ ଏବଂ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡିକୁ ଜାରି ହୋଇଛି ହିଟ୍ ୱେଭ୍ ।
ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନ ତାପମାତ୍ରା

ଭୁବନେଶ୍ୱର: ୪୩.୦ ଡ଼ିଗ୍ରୀ
ଝାରସୁଗୁଡା: ୪୧.୪ ଡ଼ିଗ୍ରୀ
ସମ୍ବଲପୁର: ୪୦.୮ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୮ ଡ଼ିଗ୍ରୀ
ହୀରାକୁଦ: ୪୦ ଡ଼ିଗ୍ରୀ
କେନ୍ଦୁଝର: ୪୦ ଡ଼ିଗ୍ରୀ
ବାଲେଶ୍ୱର: ୩୮ ଡ଼ିଗ୍ରୀ
ପୁରୀ: ୩୨.୪ ଡ଼ିଗ୍ରୀ
ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ
ଗୋପାଳପୁର: ୩୧.୨ଡ଼ିଗ୍ରୀ

LEAVE A REPLY

Please enter your comment!
Please enter your name here