ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଆଜି କଂଗ୍ରେସ ଭବନ ନିକଟରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ମହିଳା କଂଗ୍ରେସ କର୍ମୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ଲଦି ଦରଦାମ ବୃଦ୍ଧିର ପ୍ରତିବାଦ କରିଥିଲେ । ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ କେନ୍ଦ୍ର ସରକାର ନିରବ ରହିବା ନେଇ ବିରୋଧୀ କଂଗ୍ରେସ କଟୁ ସମାଲୋଚନା କରିଛି । ଦରଦାମ୍ ନିୟନ୍ତ୍ରଣ କରି ନ ପାରିଲେ ଗାଦି ଛାଡ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତାକାଲି ଚାରୋଟି ପ୍ରମୁଖ ବାମଦଳ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସେହିପରି କଂଗ୍ରେସ ବନ୍ଦ ଡାକରାକୁ ସମର୍ଥନ କରିବା ସହ ଦିନକ ପାଇଁ ତୈଳଦର ବୃଦ୍ଧି ପ୍ରତିବାଦରେ କେହି ପେଟ୍ରୋଲ, ଡିଜେଲ ନ ପକାଇବାକୁ ଡାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here