ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ଲଗାମ କାହା ହାତରେ ରହିବ ? ଦିଲ୍ଲୀର ନିର୍ବାଚିତ ସରକାର ହାତରେ ନା କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ? ଦିଲ୍ଲୀର ନିର୍ବାଚିତ ସରକାରଙ୍କ ହାତରେ ବ୍ୟୁରୋକ୍ରାଟଙ୍କ ଲଗାମ ସୁପ୍ରିମକୋର୍ଟ ଅର୍ପଣ କରିବା ପରେ କେନ୍ଦ୍ର ସରକାର ଏବେ ଆଉ ଗୋଟେ ଚାଲ୍ ଖେଳିଛନ୍ତି । ଶୁକ୍ରବାର ଦିନ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ଜାରି କରିଛନ୍ତି । ଏହି ଅର୍ଡିନାନ୍ସ ମାଧ୍ୟମରେ କେନ୍ଦ୍ର ସରକାର ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସେସ ଅଥରିଟୀ ଗଠନ କରିଛନ୍ତି । ଏହି ଅଥରିଟୀ ହାତରେ ଦିଲ୍ଲୀର ବ୍ୟୁରୋକ୍ରାଟଙ୍କ ଲଗାମ ରହିବ । ଅର୍ଥାତ ବ୍ୟୁରୋକ୍ରାଟଙ୍କ ବଦଳି କରିବାର କ୍ଷମତା ଅଥରିଟୀ ପାଖରେ ରହିବ । ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଜାତୀୟ ସୁରକ୍ଷାକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେଇଥିବା କଥା ଯୁକ୍ତି ଦର୍ଶାଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଅର୍ଡିନାନ୍ସକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି ଆପ୍ ।