କର୍ଣ୍ଣାଟକରେ ସିଦ୍ଧରମୈୟାଙ୍କ ସରକାରର ଶପଥଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ । ବିଜେପି ବିରୋଧରେ ଏକଜୁଟ ପ୍ରକ୍ରିୟା ଆରମ୍ଭ କରିଥିବା ବିରୋଧୀ ଆଜି ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏନସିପି ନେତା ଶରଦ ପାଓ୍ବାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ, ଷ୍ଟାଲିନ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇଏମ ନେତା ସୀତାରାମ ୟେଚୁରୀ, ସିପିଆଇର ବରିଷ୍ଠ ନେତା ଡି. ରାଜା ପ୍ରମୁଖ ଉପସ୍ଥିତ ଥିଲେ । ଗୋଟିଏ ମଞ୍ଚରେ ବିରୋଧୀ ଏକଜୁଟ ହେବା 2024 ନିର୍ବାଚନ ପାଇଁ ବଡ ପ୍ରସ୍ତୁତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here