ମନ୍ତ୍ରୀ ହେବା ପରେ ଦୁଇ ଓଡିଆ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଏଥିପାଇଁ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉଲ୍ଲାସର ମାହୋଲ । ଆଜି ସକାଳ ୯ ଟାରେ ଭୁବନେଶ୍ୱର ଆର୍ନ୍ତଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପିର ସମସ୍ତ ନେତା କର୍ମୀ ମାନଙ୍କ ଦ୍ୱାରା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ଥିଲା । ବାଜା ସାଙ୍ଗକୁ ନାଚ ଗୀତରେ ଫାଟି ପଡୁଥିଲା ବିମାନ ବନ୍ଦର ପରିସର । ପ୍ରଥମ ଥର ପାଇଁ କେନ୍ଦ୍ରର ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ପ୍ରତାପ ଷଡଙ୍ଗୀ ଓ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଦ୍ୱିତୀୟ ଥର ସାମିଲ ହୋଇ କ୍ୟାବିନେଟ୍ ପାହ୍ୟା ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ଅଭିବାଧନ ଗ୍ରହଣ କରିବା ପରେ ପୁରି ଗସ୍ତରେ ଯାଇଛନ୍ତି । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଏବଂ ପୁରିରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଭୁବନେଶ୍ୱର ଫେରିବେ । ଅପରାହ୍ନ ୫ ଟାରେ ଭୁବନେଶ୍ୱର ପଦର୍ଶନୀ ପଡିଆରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଚଳିତ ନିର୍ବାଚନରେ ଓଡିଶାରୁ ବିଜୟ ଲାଭ କରିଥିବା ୨୩ ଜଣ ବିଧାୟକ ଏବଂ ୮ ଜଣ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଚଳିତ ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ କେନ୍ଦ୍ରରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଛି ବିଜେପି । କେନ୍ଦ୍ରରେ ନବ ଗଠିତ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିଅମ ଓ ପାକୃତିକ ଗ୍ୟାସ,ଇସ୍ପାତ ବିଭାଗରେ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ପ୍ରତାପଙ୍କୁ ଲଘୁ-ମଧ୍ୟମ,ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି

LEAVE A REPLY

Please enter your comment!
Please enter your name here