ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଦୁଇଟି ପର୍ଯ୍ୟାୟରେ ଗୁଜରାଟରେ ହେବ ନିର୍ବାଚନ । ଡିସେମ୍ବର ୧ ଏବଂ ୫ରେ ଦୁଇ ପର୍ଯ୍ୟାୟରେ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି । ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ନାମାଙ୍କନ ଦାଖଲ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ନାମାଙ୍କନ ଦାଖଲ । ୫୦ ହଜାର ପୋଲିଂ ବୁଥ୍‌ର ବ୍ୟବସ୍ଥା କରାଯାଇଛି । ବିଧାନସଭାର ମୋଟ୍ ୧୮୨ ଆସନ ପାଇଁ ହେବ ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସମିଟରେ ସୂଚନା ଦେଇଛନ୍ତି । ୩୩ ଜିଲ୍ଲାରେ ମଧ୍ୟ ମତଦାନ କରାଯିବ । ୪ କୋଟି ୯୦ ଲକ୍ଷ ଭୋଟର ଦେବେ ଭୋଟ୍ । ସମସ୍ତ ଗ୍ରାମାଞ୍ଚଳରେ ବୁଥର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here