ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସଂପର୍କିତ ଗୁପ୍ତତଥ୍ୟ ହାସଲ ପାଇଁ ଦୁବାଇରୁ ଆସୁଥିଲା ଟଙ୍କା । ଗୁପ୍ତଚରୀ ମାମଲାରେ ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ଘନ ଘନ ଜେରା ପରେ ସତ ଉଗାଳିଛନ୍ତି ଏହି ଅଭିଯୁକ୍ତମାନେ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଦେଇଥିବା ସୂଚନା ଅନୁସାରେ, ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁଇଟି ପର୍ଯ୍ୟାୟରେ 38 ହଜାର ଟଙ୍କା ଆସିଛି । ଜଣେ ଯୁବତୀ ଫେସବୁକ ଜରିଆରେ ଅଭିଯୁକ୍ତମାନଙ୍କ ସହ ସଂପର୍କରେ ଥିଲେ ବୋଲି ଜଣାପଡିଛି । ତେବେ ଏହି ଟଙ୍କା ବଦଳରେ କି ପ୍ରକାର ଗୁପ୍ତତଥ୍ୟ ସେମାନେ ଦେଇଛନ୍ତି, ତାହା ଏବେ ସବୁଠୁ ବଡ ପ୍ରଶ୍ନ । ତଦନ୍ତକାରୀ ସଂସ୍ଥାମାନେ ଗୁପ୍ତଚରୀ ମାମଲାର ଖୋଳତାଡ କରିବା ସହ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି କି ନାହିଁ, ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ରୀୟ ଅନୁସନ୍ଦାନକାରୀ ଟିମ୍ ମଧ୍ୟ ମାମଲା ଉପରେ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here