କୋଣାର୍କର ସୂର୍ଯ୍ୟ ମନ୍ଦିର । କଳାକାରିଗରିରେ ଉକôର୍ଷତାର ଅନ୍ୟ ନାଁ । ବିଶ୍ୱ ଐତିହ୍ୟ ମାନଚିତ୍ରରେ ବି ସ୍ଥାନ ପାଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ହେଲେ ଭାରତର ପ୍ରିତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ନାହିଁ କୋଣାର୍କର ନା । ପୁଣି ଓଡିଶାକୁ ଅଣଦେଖା କରିଛି କେନ୍ଦ୍ର । ନିକଟରେ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ୧୭ଟି ପର୍ଯ୍ୟଟନ କ୍ଷେତ୍ରକୁ । କିନ୍ତୁ ୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ନାହିଁ ଓଡିଶା ନାଁ । ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ତାଲିକାରୁ ଓଡିଶା ବାଦ୍ ପଡିବା ନେଇ ରାଜ୍ୟରେ ହୋ ହାଲ୍ଲା । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଦେଶର ୧୭ଟି ପ୍ରମୁଖ ପର୍ଯ୍ୟଟନୀସ୍ଥଳି ଚିହ୍ନଟ କରିଛି । ହେଲେ ଏହି ତାଲିକାରେ ନାହିଁ ପୁରୀ ଶ୍ରୀମନ୍ଦିର କି କୋଣାର୍କ । ପୁରୀ ଓ କୋଣାର୍କକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରାଯିବ ବୋଲି ବିଜେପି ଗତ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା । ହେଲେ ଦିଲ୍ଲୀରେ ସରକାର ଗଠନ ପରେ ବିଜେପି ଏହାକୁ ଅଣଦେଖା କରିଛି ବୋଲି ସଂସ୍କୃତି ପ୍ରେମୀ କହିଛନ୍ତି । କୋଣାର୍କ ଅଞ୍ଚଳର ବୁଦ୍ଧିଜୀବିମାନଙ୍କ ଠାରୁ ଆରମ୍ଭ କରି ସଚେତନ ନାଗରିକ ମାନେ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ପୁର୍ନବାର କେନ୍ଦ୍ର ପର୍ଯ୍ୟଟନ ବିଚାର କରି ଏହି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପୀଠର ମାନ୍ୟତା ଦେବାପାଇଁ କୋଣାର୍କ ସୁରକ୍ଷା ସମିତି ଏବଂ କୋଣାର୍କ ବିକାଶ ପରିଷଦର ସଭାପତି କହିଛନ୍ତି । ଯଦି କେନ୍ଦ୍ରସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ଏହାକୁ ବିଚାରକୁ ନନିଏ ତେବେ ଆଗକୁ କୋଣାର୍କରେ ବିରାଟ ଆନେ୍ଦାଳନ ହେବ ଏବଂ ଦରକାର ପଡିଲେ ମନ୍ଦିର ଗେଟକୁ ବନ୍ଦ କରିଦିଆଯିବ ବୋଲି କୋଣାର୍କ ବିକାଶ ପରିଷଦର ସଭାପତି କହିଛନ୍ତି ।
କୋଣାର୍କରୁ ସୁନୀଲ ମିଶ୍ରଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍

LEAVE A REPLY

Please enter your comment!
Please enter your name here