ଆରପାରିରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ୍ ସରଣ ନେଗୀ । ଜୀବନର ଶେଷ ଭୋଟ ଦେବାର ଦୁଇ ଦିନ ପରେ ଆଜି ସକାଳେ ୧୦୬ ବର୍ଷୀୟ ନେଗୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ଦୁଇ ତାରିଖରେ ପୋଷ୍ଟାଲ ବାଲାଟରେ ନିଜ ଭୋଟ ଦାନ କରିଥିଲେ । ନିଜେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଇଚ୍ଛୁକ ଥିଲେ ବୟସ୍କ ଭୋଟର । ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୋଷ୍ଟାଲ ବାଲାଟରେ ତାଙ୍କ ଭୋଟ ଦାନ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କର ଭୋଟ ଦାନର ବ୍ୟବସ୍ଥା କରାଯାଇଥିଲା । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ । ନିଜ ଜୀବନ କାଳରେ ନେଗୀ ୩୩ଥର ଭୋଟ ଦେଇଛନ୍ତି । ଏପଟେ ନେଗୀଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ୍ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଥିଲେ । ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା ।

LEAVE A REPLY

Please enter your comment!
Please enter your name here