ଯେଉଁମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନାହିଁ କିମ୍ବା ଯେଉଁମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାର କୌଣସି ସୁବିଧା ନାହିଁ । ସେମାନେ କେମିତି ନେବେ ଟିକା । ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ।ରାଜ୍ୟରେ ଏମିତି ଅନେକ ସାଧୁ ସନ୍ଥ, ଭିକାରୀ, ବୃଦ୍ଧ, ବୃଦ୍ଧାଶ୍ରମର ଅନ୍ତେବାସୀ , କଏଦୀ ଏମାନଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନାହିଁ । ଏମାନଙ୍କର ଟିକା କରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ପରିଚୟ ନଥିଲେ ମଧ୍ୟ ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋ-ୱିନ୍ ପୋର୍ଟାଲରେ ସ୍ୱତନ୍ତ୍ର ଅଧିବେଶନ କରାଯିବ । ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ।

LEAVE A REPLY

Please enter your comment!
Please enter your name here