ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ତଥାପି, ଏହି ପଦକ୍ଷେପ ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହେବ । କିନ୍ତୁ ଶୁକ୍ଳ ପ୍ରୟୋଗ ପୂର୍ବରୁ ସେ ଆଉ ଏକ ଧମକ ଜାରି କରିଛନ୍ତି—ଏଥର ଭାରତକୁ ନୁହେଁ, ବରଂ ଚୀନକୁ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପାଖରେ କିଛି କାର୍ଡ ଅଛି ଯାହା ସେମାନେ ଆବଶ୍ୟକତା ପୂର୍ବକ ଖେଳିପାରିବେ । ଯଦିଓ ସେ ଏକାଥା ମଧ୍ୟ କହିଛନ୍ତି ଯେ ଚୀନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଭଲ ଦିଗକୁ ବଢ଼ୁଛି । ଭାରତ-ଚୀନ ନିକଟତା କୁ ଟ୍ରମ୍ପ ଗ୍ରହଣ କରିପାରୁ ନାହାଁନ୍ତି। ୱାଶିଂଟନ ଡିସିରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି, “ଆମର ଚୀନ ସହିତ ଭଲ ସମ୍ପର୍କ ରହିବ । ସେମାନଙ୍କର କିଛି ଭଲ କାର୍ଡ ଅଛି, କିନ୍ତୁ ଆମର ଅବିଶ୍ୱସନୀୟ କାର୍ଡ ଅଛି। ତଥାପି, ମୁଁ ସେହି କାର୍ଡ ଖେଳିବାକୁ ଚାହୁଁନାହିଁ। ଯଦି ମୁଁ ସେହି କାର୍ଡ ଖେଳେ, ତେବେ ଚୀନ ବର୍ବାଦ ହୋଇଯିବ । କିନ୍ତୁ ମୁଁ ସେହି କାର୍ଡ ଖେଳିବି ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।
ଆମେରିକାର ଟାରିଫ୍ ଯୁଦ୍ଧ ପରେ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ଗଢ଼ି ହୋଇଛି । ଚୀନ୍, ଭାରତକୁ ସାହାଯ୍ୟ କରିବାକୁ ଆଗୁଆ ହୋଇଛି ଏବଂ ବିରଳ ଆର୍ଥ ସାମଗ୍ରୀ ସହିତ ସୁଡ଼ଙ୍ଗ ଖୋଳିବା ଯନ୍ତ୍ର ଯୋଗାଇବା ପାଇଁ ଆଶ୍ବାସନା ଦେଇଛି । ଏହି ନୂଆ ନିକଟତାକୁ ନେଇ ଟ୍ରମ୍ପ ଚିନ୍ତିତ । ସେ ଚୀନ୍‌ରେ ଅଧୂକ ଶୁକ୍ଳ ଲଗାଇପାରନ୍ତି ବୋଲି ଆଲୋଚନା ଚାଲିଛି । ଏହା ସହିତ, ଭାରତ ଋଷରୁ ତେଲ କିଣୁଥିବାକୁ ନେଇ ଟ୍ରମ୍ପଙ୍କ ଅସନ୍ତୋଷ ରହିଛି । ଏହି କାରଣରୁ ଭାରତୀୟ ପଣ୍ୟ ଉପରେ ୫୦% ଶୁକ୍ଳ ଲଗାଇଛନ୍ତି । ପୂର୍ବରୁ ୨୫% ଶୁଳ୍କ ଲାଗୁଥୁଲା, ପରେ ଏହାକୁ ଆଉ ୨୫% ବୃଦ୍ଧି କରାଯାଇଥିଲା । କିନ୍ତୁ, ଚୀନ୍‌ମଧ୍ୟ ଋଷରୁ ତେଲ କିଣୁଥିଲେ ସେଥିରେ ଟ୍ରମ୍ପ ସେତେ କଠୋର ମନୋଭାବ ଦେଖାଇନାହାନ୍ତି ।

LEAVE A REPLY

Please enter your comment!
Please enter your name here