ମାର୍ଚ୍ଚ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । କରୋନାର ନୂଆ ଭୂତାଣୁକୁ ନେଇ ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ସମେତ କିଛି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଡିଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ । ବାହାଘର ଓ ଅନ୍ତିମ ସଂସ୍କାରରେ ପାଞ୍ଚଶହ ଜଣଙ୍କୁ ସାମିଲ କରାଯାଇପାରିବ । ଯାତ୍ରା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ଗାଇଡଲାଇନରେ ଅନୁମତି ଦେଇଛନ୍ତି । ସର୍ବାଧିକ ଦୁଇ ହଜାର ଦର୍ଶକ ଯାତ୍ରା ଦେଖିପାରିବେ । ତେବେ କୋଭିଡ କଟକଣା ନିୟମ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଦର୍ଶକଙ୍କ ଆଶନ ମଧ୍ୟରେ ଛ ଫୁଟ ଦୂରତା ରଖିବାକୁ ନିୟମ ରହିଛି । ସେହିପରି ଅନଲାଇନରେ ଟିକେଟ ବୁକିଂକୁ ପ୍ରାଧାନ୍ୟ ଦେବା ଏବଂ ଅଧିକ ଟିକଟ କାଉଣ୍ଟର କରିବା ପାଇଁ ଏସଓପିରେ କୁହାଯାଇଛି । ଯାତ୍ରା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଯାତ୍ରା ପାର୍ଟି ଯାତ୍ରା କରିପାରିବେ ।

LEAVE A REPLY

Please enter your comment!
Please enter your name here