ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଦୀର୍ଘ ଚାରିଘଣ୍ଟା ଧରି ଚାଲିଥିବା ଲାଏ ଡିଟେକ୍ସନ ଟେଷ୍ଟ ବେଳେ ବିଦ୍ୟାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ଫୋରେନସିକ୍ ଅଧିକାରୀ । ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇସାରିଛି । ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ । ପାଖାପାଖି ୩ ଘଣ୍ଟାର ପରୀକ୍ଷା ହୋଇଥିଲା । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ, ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ ଅଧିକାରୀ ।

ତେବେ ସୌମ୍ୟ ରଂଜନଙ୍କ ମୃତ୍ୟୁକୁ ୨ ମାସ ପୂରିଥିଲା ବେଳେ ଲାଏ ଡିଟେକସନରୁ ତଦନ୍ତକାରୀ ଅଧିକାରୀଙ୍କୁ କେତେ ସଫଳତା ମିଳିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here