ଗଂଜାମ ବସ୍ ଟ୍ରାଜେଡୀ ଘଟଣାରେ ସରକାର ଚାରିଜଣ ଇଂଜନିୟରଙ୍କୁ ସସପେଣ୍ଡ କରିଛନ୍ତି. ଗଂଜାମ ବିଦ୍ୟୁତ ବିଭାଗର ଜଣେ ଜେଇ ଓ ଜଣେ ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଜେଇ ଓ ଜଣେ ଆସିଷ୍ଟାଣ୍ଟ ଇଂଜନିୟରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି . ଗତକାଲି ବାହାଘର ନିର୍ବନ୍ଧ ପାଇଁ ବସରେ ଯାଉଥିବା ବେଳେ ଏଗାର କେଭି ତାର ଲାଗି ବସ୍ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା . ଫଳରେ ଦଶଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି. ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗ, ପରିବହନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପରକୁ ଦୋଷ ଦେବା ପରେ ସରକାର ଏମିତି ଢଙ୍ଗରେ ଆକ୍ସନ ନେଇଛନ୍ତି. ବିଦ୍ୟୁତ ବିଭାଗ କହିବା କଥା, ଗ୍ରାମ୍ୟ ଉନ୍ନୟନ ବିଭାଗ 2018ରେ ତିନିଫୁଟ ରାସ୍ତା ଉଚ୍ଚା କରିବା ଯୋଗୁ ତାର ଓ ରାସ୍ତା ମଧ୍ୟରେ ବ୍ୟବଧାନ କମିଯାଇଥିଲା. ଫଳରେ ବସ୍ ତାର ସଂସ୍ପର୍ଶରେ ଆସିଥିଲା. ଦୀର୍ଘଦିନ ଧରି ଏଗାର କେଭି ତାର ଓହଳି ରହିଥିବା ବେଳେ ଗାଁ ଲୋକଙ୍କ ଅଭିଯୋଗ ସତ୍ତ୍ବେ କେହି ନ ଶୁଣିବାରୁ ଏଭଳି ଦୁଃଖଦ ଘଟଣା ଘଟିଲା.

LEAVE A REPLY

Please enter your comment!
Please enter your name here