ଶ୍ରୀମନ୍ଦିର ନୁହେଁ ସମୁଦ୍ର ବେଳାଭୂମି ବୁଲନ୍ତୁ । ପୁରୀରେ ଆହୁରି ଅନେକ ମନ୍ଦିର ରହିଛି ସେଠି ଯାଇ ବି ବୁଲାବୁଲି କରନ୍ତୁ । ଶ୍ରୀମନ୍ଦିର ଖୋଲିଲେ ପ୍ରଭୁଙ୍କୁ ଦର୍ଶନ କରିବେ, ନ ହେଲେ ନାହିଁ । ବିଶୃଙ୍ଖଳା ନୁହଁ, ବେଳେବେଳେ ଏମିତି ହୁଏ । ଏହାକୁ ନେଇ କିଛି ଅସନ୍ତୋଷ ପ୍ରକାଶ କରିବାର ନାହିଁ ବୋଲି ବେପରୁଆଭାବରେ ପ୍ରତିକ୍ରିୟା ଦେଇ ନିଆଁରେ ଘିଅ ଢ଼ାଳିଛନ୍ତି ଏସ୍‌ପି ସାର୍ଥକ ଷଡଙ୍ଗୀ । ସେହିପରି ସମସ୍ୟାର ସମାଧାନ ପାଇଁ ଜଗନ୍ନାଥଙ୍କୁ ହାତ ଟେକି ଦେଇଛନ୍ତି ଜିଲ୍ଲାପାଳ । ପୁରୀ ଶ୍ରୀମନ୍ଦିର ଏବେ ଅଶାନ୍ତ ହୋଇପଡିଛି । ନୀତିକାନ୍ତିରେ ଅଚଳାବସ୍ଥା ଜାରି ରହିଛି । ପହିଲି ଭୋଗ ନ ଖାଇ ସକାଳୁ ଉପବାସରେ ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ସେପଟେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଶ୍ରଦ୍ଧାଳୁମାନେ ଲୁହା ବ୍ୟାରିକେଡ଼୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଛନ୍ତି। ସୁଚନାଅନୁସାରେ, ଗତକାଲି ସିଂହଦ୍ୱାର ସାମ୍ନାରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ଆଜି ସକାଳୁ ସେବାୟତମାନେ ଦ୍ୱାର ଖୋଲିନାହାନ୍ତି । ପୋଲିସର ଅତ୍ୟାଚାରକୁ ବିରୋଧକରି ସେବାୟତମାନେ କୌଣସି ନୀତି କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here