ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କଟକ-ଭୁବନେଶ୍ବର ଟ୍ବିନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ସଞ୍ଜୀବ ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଥିବା ବେଳେ ପୁରୀ ଏସପି କନଓ୍ବର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ସନ୍ତୋଷ ବାଲାଙ୍କୁ ଓଡିଶା ପୋଲିସ ହାଉସିଂ କର୍ପରେସନର ସିଏମଡି ଭାବେ ବଦଳି କରାଯାଇଛି । ପୂର୍ବାଞ୍ଚଳ ଆଇଡି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ଏବଂ ଉତ୍ତରାଞ୍ଚଳ ଆଇଜି ଥିବା ଦୀପକ କୁମାରଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ପଦରେ ଅବସ୍ଥାପିତ କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ଥିବା ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଥିବା ବେଳେ ଇଓଡବ୍ଲୁ ଆଇଡି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ପଦରେ ନିଯୁକ୍ତି ଦିଆଯାଇଛି । ସେ ଇଓଡବ୍ଲୁ ଓ ଏସଟିଏଫ ଆଇଜି ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ନିର୍ବାହ କରିବେ ।

କେନ୍ଦ୍ରାପଡା ଏସପି ସନ୍ଦୀପ ସଂପଦଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ବର ସ୍ପେସାଲ ବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି । ସୋନପୁର ଏସପି ଅମରେଶ ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ୟଶପ୍ରତାପ ଶ୍ରୀମଲଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି । ଦେବଗଡ ଏସପି ପି.କେ. ମିଶ୍ରଙ୍କୁ ରାଉରକେଲା ରେଲଓ୍ବେ ଏସପି ଭାବେ ବଦଳି କରାଯାଇଥିବା ବେଳେ ରାମପ୍ରସାଦ ସାହୁଙ୍କୁ ଦେବଗଡ ଏସପି ପଦରେ ନିଯୁକ୍ତି ଦିଆଯାଇଛି । ଜୟପୁର ଏସଡିପିଓ ହରିଶ ବି.ସିଙ୍କୁ ରାୟଗଡା ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here