ଆଜି ପବିତ୍ର ଇଦ୍ ଉଲ ଜୁହା । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା । ଇସଲାମ ଧର୍ମାଲମ୍ବିଙ୍କ ପାଇଁ ଏକ ବଡ ପର୍ବ ଇଦ-ଉଲ-ଜୁହା । ଏହି ପର୍ବ ପାଳନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉସôାହ ଦେଖିବାକୁ ମିଳିଛି । ବିଭିନ୍ନ ମସଜିଦରେ ଭିଡ ଲଗାଇଛନ୍ତି ଶ୍ରଦ୍ଧାଳୁ । ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସମସ୍ତ ମୁସଲମାନ ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ନୂଆ ନୂଆ କପଡା ପିନ୍ଧିବା ସାଙ୍ଗକୁ ଘରେ ବିଭିନ୍ନ କିସମର ଖାଦ୍ୟ ଖାଇଥାନ୍ତି । ମୁସଲମାନ ଭାଇମାନେ ଆଜି ଦିନରେ ମନରେ କୌଣସି ରାଗ ରୁଷା,ମାନ ଅଭିମାନ ନରଖି ପରସ୍ପରକୁ କୋଳେଇ ନେଇ ଇଦ ମୁବାରକ ଜଣାଇଥାନ୍ତି । ମସଜିଦ ଗୁଡିକୁ ସଜାସଜି କରିବା ସହିତ ସେଠାରେ ସେମାନେ ନମାଜପାଠ କରନ୍ତି ।

LEAVE A REPLY

Please enter your comment!
Please enter your name here