ହକି ବିଶ୍ୱକପ୍ ଯେତିକି ପାଖେଇ ଆସୁଛି  ପ୍ରଶଂସକ ଓ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ସେତିକି ବଢି ବଢି ଚାଲିଛି. ନଭେମ୍ବର 27 ତାରିଖ ଉଦଘାଟନୀ ଉତ୍ସବ ପାଇଁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ପରିଲକ୍ଷିତ ହେଉଛି. କାରଣ ହକି ବିଶ୍ୱ କପ୍ ପାଇଁ ପୂର୍ବରୁ ଘୋଷିତ ହୋଇଥିବା ତାଲିକା ଅନୁସାରେ ବଲିଉଡ ବାଦଶାହା ଶାହାରୁଖ ଖାନ, ଓସ୍କାର ବିଜେତା ଏଆର ରହେମାନଙ୍କ ସହିତ ଗୀତିକାର ସେଖ୍ ଗୁଲଜାରଙ୍କ କାର୍ଯ୍ୟକ୍ରମ ମଧ୍ୟ ରହିଛି. ସୂଚନା ଅନୁସାରେ, ଏମାନଙ୍କୁ ବାଦ୍ ଦେଲେ ହକି ବିଶ୍ୱ କପ୍ ର ଅନ୍ୟତମ ଆକର୍ଷଣ ମାଧୁରୀ ଦୀକ୍ଷିତ ହେବାକୁ ଯାଉଛନ୍ତି. କାରଣ ଯେଉଁ ମୁଖ୍ୟ କଥାବସ୍ତୁ ଉପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ତାହାର ମୁଖ୍ୟ ଚରିତ୍ର ‘ଭୂ ଦେବୀ’ ଭୂମିକାରେ ମାଧୁରୀ ଦୀକ୍ଷିତ ରହିବେ. ଆଉ ଏଥିପାଇଁ ମାଧୁରୀ ସମ୍ମତି ମଧ୍ୟ ଦେଇ ସାରିଛନ୍ତି. ତେବେ ଉଦଘାଟନୀ ଉତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି ‘ଏକତା ଏବଂ ଗୋଟିଏ ବିଶ୍ୱ’ .ସେହିଦିନ ସ୍ଥାନୀୟ, ଭାରତୀୟ ଏବଂ ବିଦେଶରୁ ମୋଟ 1100 ଜଣ କଳାକାର ଏକକାଳୀନ  କଳା ପ୍ରଦର୍ଶନ କରିବେ. ତେବେ ସବୁଠାରୁ ବଡ କଥା ହେଉଛି କେବଳ ଓଡିଶାରୁ 800 ଜଣ ନବାଗତ କଳାକାର ସେମାନଙ୍କ ସହ ସାମିଲ ରହିବେ. ଏହିସବୁ କାର୍ଯ୍ୟକ୍ରମ 2 ଘଣ୍ଟା ପାଇଁ ଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ କେବଳ 45 ମିନିଟ୍ ର ରହିବ. ଏହାକୁ ବାଦ୍ ଦେଲେ ଓଡିଆ କଳାକାରଙ୍କ ମଧ୍ୟରେ ଓଲିଉଡର ସଫଳ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମୁଖ୍ୟ ଆକର୍ଷଣ ରହିବେ.

LEAVE A REPLY

Please enter your comment!
Please enter your name here