କଟକରେ ପୁଣି ନକଲି କାରଖାନା ଠାବ । ସଦର ଥାନା ଫୁଲନଖରାର ବମ୍ପକୁଦ ଅଞ୍ଚଳରୁ ପୋଲିସ ଏକ ନକଲି ତେଲ କାରଖାନା ଠାବ କରିଛି । ଆଜି ସକାଳେ ଚଢଉ କରି ପୋଲିସ ସେଠାରୁ ୩୦ ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି । ବିଭିନ୍ନ କମ୍ପାନୀର ଲୋଗୋ ଲଗାଯାଇ ଏଠାରୁ ତେଲ ବଜାରକୁ ଛଡାଯାଉଥିବା ସୁଚନା ମିଳିଛି । ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ବେଆଇନ ନକଲି ଖାଇବା ତେଲ ରାଜ୍ୟର ବିଭିନ୍ନ ଜିଲ୍ଲା ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ପଠାଯାଉଥିଲା ।

LEAVE A REPLY

Please enter your comment!
Please enter your name here