ହକି ବିଶ୍ୱକପକୁ ଆଉ ମାତ୍ର 9 ଦିନ. ଯେତିକି ଦିନ ପାଖେଇ ପାଖେଇ ଆସୁଛି ହକିପ୍ରେମୀଙ୍କ ହାର୍ଟବିଟ୍ ସେତିକି ବଢିବାରେ ଲାଗିଛି. ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ, ଯାହାର ମୂଲ୍ୟ ରହିଛି 500 ଟଙ୍କା. ନବୀନ 500ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି.  ବୈଠକ ସମୟରେ ଏହି ଟିକେଟକୁ ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି. ତେବେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା 20 ତାରିଖରେ ଟିକେଟ ଅନଲାଇନରେ ବିକ୍ରି ହେବ. 20 ତାରିଖ ଦିନ 12 ଟା ସମୟରେ ହକି ପ୍ରେମୀ ଏହି ଟିକେଟ କାଟି ପାରିବେ. ତେବେ  ଅନଲାଇନରେ କାଟିଥିବା ଟିକେଟକୁ  22 ତାରିଖ ଅପରାହ୍ନ 3ଟା ସମୟରେ କଳିଙ୍ଗ ଷ୍ଟାଡିୟମର 4 ନମ୍ବର ଗେଟ ପାଖରେ ଥିବା କାଉଣ୍ଟରରୁ ନେଇପାରିବେ କ୍ରୀଡାପ୍ରେମୀ ଏବଂ ଦିଆଯାଇଥିବା www.ticketgenie.in ସାଇଟକୁ ଯାଇ କ୍ରୀଡାପ୍ରେମୀ ଅନଲାଇନରେ ଟିକେଟ କାଟିପାରିବେ. ଏହାକୁ ବାଦ୍ ଦେଲେ ଉଭୟ 27 ଓ 28 ତାରିଖରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ. 27 ତାରିଖରେ ପ୍ରଥମ ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏବଂ 28 ତାରିଖରେ କଟକ ବାରବାଟୀ ଷ୍ଟାଡିୟରେ ଅନୁଷ୍ଠିତ ହେବ. ପ୍ରଥମ ଉଦଘାଟନୀ ଉତ୍ସବ ପାଇଁ 12,000 ଟିକେଟ ଅନଲାଇନରେ ମିଳିବାକୁ ଥିବା ବେଳେ ଦ୍ୱିତୀୟ ଉଦଘାଟନୀ ଉତ୍ସବ ପାଇଁ ପାଖାପାଖି 30,000 ଟିକେଟ ଅନଲାଇନରେ ମିଳିବ. କଳିଙ୍ଗ ଷ୍ଟାଡିୟମ ପାଇଁ ଟିକେଟ ମୂଲ୍ୟ 500 ଟଙ୍କା ଥିବା ବେଳେ ବାରବାଟୀ ଷ୍ଟାଡିୟମ ପାଇଁ ଟିକେଟ ମୂଲ୍ୟ 100ରୁ 500 ଟଙ୍କା ରହିବ.

 

LEAVE A REPLY

Please enter your comment!
Please enter your name here