ମିଡିଆ ଆଗରେ ଫଁ ହେଲେ ଇଡି ଆଗରେ ଚୁପ୍ । ଗଣମାଧ୍ୟମ ଆଗରେ ସବୁ ଗୁମର ଖୋଲିଦେବା କହୁଥିବା ଅର୍ଚ୍ଚନା ଇଡି ଆଗରେ ଚୁପ୍ ରହିଛନ୍ତି । ଜେରାରେ ସହଯୋଗ କରୁନାହାଁନ୍ତି । ତଦନ୍ତକାରୀ ଅଧିକାରୀ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି । କେମିତି ଗଢିଲେ ଏତେବଡ କଳା ସାମ୍ରାଜ୍ୟ, କୁଆଡୁ ଆସୁଥିଲା ଟଙ୍କା, ହନିଟ୍ରାପ ନେଇ ଯେତେ ପଚାରିଲେ ମଧ୍ୟ ଉତ୍ତର ଦେଉନାହାଁନ୍ତି ଅର୍ଚ୍ଚନା । ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ଆଣିଥିବା ଅଭିଯୋଗ ଉପରେ ମଉନ ରହୁଛନ୍ତି ଅର୍ଚ୍ଚନା । ବର୍ତ୍ତମାନ ସୁଦ୍ଧା ଜେରାରୁ ଅର୍ଚ୍ଚନାଙ୍କ ପାଖରୁ କୌଣସି ଠୋସ୍ ଉତ୍ତର ପାଇପାରିନାହାଁନ୍ତି ଇଡି ଅଧିକାରୀ । ତାଙ୍କୁ ପୁଣି ରିମାଣ୍ଡରେ ଆଣିପାରେ ଇଡି । ଆସନ୍ତା ୧୨ ତାରିଖରେ ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି ।

LEAVE A REPLY

Please enter your comment!
Please enter your name here