ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଗସ୍ତ କରିଛନ୍ତି. ଗସ୍ତ ସମୟରେ ସେ ୧୧ଟି ଜନହିତକର ପ୍ରକଳ୍ପର ଉଦଘାଟନ୍ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ମୟୁରଭଞ୍ଜରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ଅନ୍ୟପଟେ ବାରିପଦାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏସଏଚଜି ସଦସ୍ୟାମାନଙ୍କୁ ଉଦବୋଧନ ଦେଇଛନ୍ତି. ବାରିପଦା ଛଉ ପଡିଆରେ ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା. ବାରିପଦା ପାଇଁ ମୁଖ୍ୟମନ୍ତ୍ରୀ 4ଟି ବଡ ଘୋଷଣା କରିଛନ୍ତି. ଗୋଷ୍ଠୀ ପାଇଁ ବାର୍ଷିକ 5 ହଜାର କୋଟିର ବିଧିବଦ୍ଧ ବ୍ୟାଙ୍କ ଋଣ ଘୋଷଣା କରିଛନ୍ତି. ଏହାଛଡା ବାରିପଦା କୋ-ଅପରେଟିଭ ବ୍ୟାଙ୍କର ପୁନ ରୁଦ୍ଧାର କରାଯିବ ବୋଲି ମଧ୍ୟ ନବୀନ କହିଛନ୍ତି. ମୟୁରଭଞ୍ଚ ଆୟୁର୍ବେଦ କଲେଜକୁ ସରକାରୀ କରାଯିବା ସହ ଛଉ ନୃତ୍ୟ ଗବେଷଣା କେନ୍ଦ୍ର ମଧ୍ୟ ବାରିପଦାରେ ଖୋଲାଯିବ. ମିଶନ ଶକ୍ତି ସୁବିଧାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାରେ 20,295 ଏସଏଚଜିଙ୍କୁ ସିଡ୍ ମନି ପ୍ରଦାନ କରିଛନ୍ତି. ଅନ୍ୟପଟେ ପ୍ରତି ଗୋଷ୍ଠୀକୁ 15 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସ୍ମାର୍ଟ ଫୋନ ପାଇଁ ପ୍ରତି ଗୋଷ୍ଠୀକୁ 3 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି. ବାରିପଦାକୁ ବନ୍ୟାରୁ ରକ୍ଷା କରିବା ପାଇଁ ରିଙ୍ଗ ରୋଡ କରାଯିବ ବୋଲି ମଧ୍ୟ ନବୀନ କହିଛନ୍ତି.