ବଦଳିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଶ୍ବଭୂଷଣଙ୍କ ସ୍ଥାନରେ ଜଷ୍ଟିସ ଏସ. ଅବଦୁଲ ନାଜିରଙ୍କୁ ନିଯୁକ୍ତି ଦିଆଯାଇଛି । ବିଶ୍ବଭୂଷଣଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈଶଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।
LT ଜେନେରାଲ କେ.ଟି ପରନାୟକଙ୍କୁ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସିପି ରାଧାକ୍ରିଷ୍ଣନ୍‌, ଆସାମା ରାଜ୍ୟପାଳ ଭାବେ ଗୁଲାବ ଚାନ୍ଦ କଟାରିଆ ଓ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଶିବ ପ୍ରତାପ ଶୁକ୍ଲାଙ୍କୁ ଦାୟିତ୍ୱ ଦିଆଯାଇଛି । ହିମାଚଳ ପ୍ରଦେଶ ରାଜ୍ୟପାଳ ଆର୍.ଭି. ଆର୍ଲେକରଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି । ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ୍ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ସିକିମ ରାଜ୍ୟପାଳ ଭାବେ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି ।
13 ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

LEAVE A REPLY

Please enter your comment!
Please enter your name here