ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ମାମଲା । ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ । ସ୍ଲଟ ବୁକିଂ ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ବୋଲି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ବୋଲି ପ୍ରଶ୍ନ ପଚାରିଛନ୍ତି ହାଇକୋର୍ଟ । ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ । ସରକାର ଭିତ୍ତିଭୂମି ନକରି ଡେଡଲାଇନ୍ ଦେଇଥିବା ଜଣାଇଥିଲେ । ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ସାଧାରଣ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ ବୁକିଂ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ ଲାଗିପାରିଛି । ରାଜ୍ୟରେ ମୋଟ ୮୦ ଲକ୍ଷରୁ ଅଧିକ ଦୁଇ ଚକିଆ ଗାଡି ରହିଛି । ସେପ୍ଟେମ୍ବର ୨୫ ସୁଦ୍ଧା ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡିର ସ୍ଲଟ ବୁକିଂ ହୋଇଛି । ୮୦ ଲକ୍ଷରୁ ମାତ୍ର ସାଢେ ୧୬ ଲକ୍ଷ ଗାଡି ବୁକିଂ କରାଯାଇଛି । ଏହା ଭିତରୁ ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିଛି । ତେବେ ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ବୋଲି ପ୍ରଶ୍ନ ପଚାରିଛନ୍ତି ହାଇକୋର୍ଟ ।