ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଛାତ୍ର କଂଗ୍ରେସର ଜୋରଦାର ବିକ୍ଷୋଭ । ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସହ ଅଣ୍ଡା ଏବଂ ଟମାଟୋ ମାଡ କରିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ସହ କଂଗ୍ରେସର ଧସ୍ତାଧସ୍ତି ହୋଇଥିଲା । ସମୀର ଦାଶଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି କହିଛି ଛାତ୍ର କଂଗ୍ରେସ । ଯଦି ୭ଦିନ ଭିତରେ ମନ୍ତ୍ରୀଙ୍କୁ ଗିରଫ କରାନଯାଏ ତେବେ ନବୀନ ନିବାସ ଘେରାଉ କରିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
ଅନ୍ୟପଟେ ମୃତ୍ୟୁକୁ ନେଇ ଭାଇରାଲ ହୋଇଥିବା ଅଡିଓ ସମ୍ପର୍କରେ ଛାନଭିନ୍ ଲାଗି ଗୋପ ଯିବ କମିଶନରେଟ ପୋଲିସ । ଗତକାଲି ଭାଇରାଲ ହୋଇଥିବା ଅଡିଓର ସତ୍ୟତା କେତେ ଗୋପ ଯାଇ ତାର ଛାନଭିନ୍ କରିବ ପୋଲିସ । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଆଉ କାହା ସହିତ କଥା ହୋଇଥିଲେ ତାର ମଧ୍ୟ ତଦନ୍ତ କରାଯିବ । ଅଡିଓରେ ସେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ , ତାଙ୍କ ପତ୍ନୀ, ଶଶୁରଙ୍କ ସହ ଆଉ କିଛି ଲୋକଙ୍କୁ ଦାୟୀ କରି ସେମାନଙ୍କ ନାଁ ନେଉଛନ୍ତି । ଏହାସହିତ ତାଙ୍କ କଥା ରେକର୍ଡିଂ କରି ରଖ ବୋଲି ମଧ୍ୟ ଅକ୍ଷୟ ନାୟକ ନାମକ ଜଣେ ବନ୍ଧୁଙ୍କୁ ଫୋନରେ କହୁଥିବାର ଅଡିଓ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here