ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଓଟିଭିର ଦୁଇ କର୍ମଚାରୀ ଓ ସିକ୍ୟୁରିଟୀ ଗାର୍ଡଙ୍କୁ ଗିରଫ କରିଛି I କୋଭିଡ ଲକଡାଉନ ସମୟରେ ଏହି ଘଟଣା ଘଟିଥିଲା ଏବଂ ଘଟଣା ଘଟିବାର କିଛି ମାସ ପରେ ପୀଡିତାଙ୍କ ମାଆ ମହିଳା ଥାନାରେ ଏତଲା ଦେଇଥିଲେ I ଗଣଦୁଷ୍କର୍ମ ଘଟଣାରେ ଜଣେ ପୋଲିସ କର୍ମଚାରୀ, ତାଙ୍କ ଦୁଇ ସହଯୋଗୀ ଓ ଦୁଇ ସିକ୍ୟୁରିଟୀ ଗାର୍ଡ ସଂପୃକ୍ତ ଥିବା ନେଇ ଥାନାରେ ଏତଲା ଦିଆଯାଇଥିଲେ ହେଁ କ୍ରାଇମବ୍ରାଞ୍ଚ ଓଟିଭିର ଦୁଇ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଦୁଇ ସିକ୍ୟୁରିଟୀ ଗାର୍ଡଙ୍କୁ ଗିରଫ କରିଥିଲେ ହେଁ ଏପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି I ତେବେ ଓଟିଭିର ସଂପୃକ୍ତ କର୍ମଚାରୀମାନେ ତଦନ୍ତ ସମୟରେ ପୋଲିସ ସହଯୋଗ କରି ଆସୁଥିବା ବେଳେ କଣ ପାଇଁ ରାତି ଅଧରେ ଗିରଫ କରାଗଲା ବୋଲି ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି I ତେବେ ଗଣଦୁଷ୍କର୍ମ ଘଟଣାରେ ପୋଲିସ କର୍ମଚାରୀକୁ କାହିଁକି ଗିରଫ କରାଗଲା ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ମାଆ ଓଟିଭି ଏମଡି ଯାଜ୍ଞି ପଣ୍ଡାଙ୍କ ନଜରକୁ ଆଣିବା ଏବଂ ଓଟିଭି କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିଲା I ଦୀର୍ଘଦିନ ଧରି ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଚାରିଜଣଙ୍କୁ ଗିରଫ କରିଛି I ପୂର୍ବରୁ ସଂପୃକ୍ତ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here