ବାପ-ପୁଅ ରାତି ଅନିଦ୍ରା, ମୁଗୁରା .. ମେଲା ।
ଭୁବନେଶ୍ବର ଡୁମୁଡୁମା ଅଞ୍ଚଳରେ ଏକ ତାରକା ହୋଟେଲରେ ଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଆଜି ରାସ୍ତାକଡରେ ଥିବା ଡ୍ରେନ ଭିତରେ ଖସିପଡି ଆହତ ହୋଇଛନ୍ତି । ଫଟୋ ସାମ୍ବାଦିକ ଜଣକ ରାସ୍ତାକଡରେ ଚା ବିକୁଥିବା ମହିଳାଙ୍କ ଫଟୋ ଉଠାଉଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଡୁମୁଡୁମା ଅଞ୍ଚଳରେ ରାସ୍ତାକଡରେ ତିଆରି ହୋଇଥିବା ଡ୍ରେନ ମୁକୁଳା ରହିଥିବାରୁ ଏହି ଦୁର୍ଘଟଣା ଘଟିଛି । ଆହତ ବିଦେଶୀ ଫଟୋ ସାମ୍ବାଦିକଙ୍କୁ ହସପିଟାଲରେ ଚିକିତ୍ସା କରାଯାଇଛି ।

ପ୍ରଶ୍ନ ଉଠୁଛି, ହକି ପାଇଁ ମାସ ମାସ ଧରି ଚାଲିଛି ପ୍ରସ୍ତୁତି ଚାଲିଥିବା ବେଳେ ଡ୍ରେନ ମୁକୁଳା ରହିଲା କେମିତି । ଭୁବନେଶ୍ବରର ରାସ୍ତାଘାଟ ମରାମତିଠୁ ଆରମ୍ଭ କରି ଫୁଟପାଥରେ ରଙ୍ଗ ବୋଳା ହେଉ ଅବା ପାଚେରୀରେ ଚିତ୍ରକଳା, ସହରକୁ ସଜେଇବା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀରେ ହକି ବିଶ୍ବକପ୍ ଉନ୍ମୋଚନ କରିଛନ୍ତି । ବିଶ୍ବରେ ଓଡିଶାକୁ ଏକ ଗୌରବମୟ ରାଜ୍ୟ ଭାବେ ପରିଚିତ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଆଜି ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ରାସ୍ତାକଡ ନାଳ ଭିତରେ ଖସି ପଡିବା ଘଟଣା ସରକାରଙ୍କ ଭାବମୂର୍ତ୍ତି ଉପରେ ବଡ ପ୍ରଶ୍ନବାଚୀ ଲଗାଇଛି । ।

LEAVE A REPLY

Please enter your comment!
Please enter your name here