ମିଳିଲା ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ । ଆଠଗଡ ବ୍ରାହ୍ମଣବସ୍ତା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ୩ଦିନ ଧରି ନିଖୋଜ ଥିଲେ ମହିଳା କ୍ରିକେଟର ରାଜଶ୍ରୀ । ଜଙ୍ଗଲରେ ଆକ୍ଟିଭା ଥୋଇ ଝୁଲିପଡିଥିବା ସନ୍ଦେହ କରାଯାଉଛି । ରାଜଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜଶ୍ରୀଙ୍କ ଭଉଣୀ ଜୟଶ୍ରୀ ତାଙ୍କ ପ୍ରତିକ୍ରିୟାରେ ଓସିଏ ଓ କୋଚଙ୍କୁ ଦାୟୀ କରିଛନ୍ତି ।
କଟକ ଜିଲ୍ଲା ଗୁରୁଡିଝାଟିଆ ଘଞ୍ଚ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ଆକ୍ଟିଭା ମିଳିଥିଲା । ପରେ ଖୋଜାଖୋଜି ପରେ ଜଙ୍ଗଲ ଭିତରେ ଏକ ଗଛରେ ତାଙ୍କ ମୃତ ଝୁଲନ୍ତା ଅବସ୍ଥାରେ ମିଳିଛି । ରାଜଶ୍ରୀଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ମିଳିବା ପରେ ରାଜଶ୍ରୀ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା, ସେ ନେଇ ସସପେନ୍ସ ବଢିଛି ।

LEAVE A REPLY

Please enter your comment!
Please enter your name here