ନାସାକୁ ଯିବାପାଇଁ ମନୋନିତ ହୋଇଛନ୍ତି ବାଲେଶ୍ୱର ଝିଅ ଦିକ୍ଷା ଗୁପ୍ତା । ୬ଟି ଦେଶ ମଧ୍ୟରୁ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ଭାରତରୁ ଟପ୍ ୩ରେ ରହିଛନ୍ତି । ସୁଚନା ଅନୁସାରେ ଗୋ ଫର ଗୁରୁ ଏକ ଅନଲାଇନ ସାଇଡରେ ‘ଇଫ ୟୁ ହେଡ ମିଟ୍ ଆନ ଏଲିଏନ ଇନ ମାର୍ସ’ ବିଷୟ ବସ୍ତୁ ଉପରେ ଆୟୋଜିତ ନ୍ୟାସନାଲ ସ୍ପେସ ସାଇନ୍ସ ପ୍ରବନ୍ଧ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ବିଜୟ ହୋଇ ପୁରସ୍କାର ପାଇବା ସହିତ ୯ ଦିନିଆ ନାସା ଟ୍ରିପ ପାଇଁ ନାସା ପକ୍ଷରୁ ମନୋନୀତ ହୋଇଛନ୍ତି । ବାଲେଶ୍ୱରସ୍ଥିତ ଗୋପାଳ ଗାଁରେ ରହୁଥିବା ସଞ୍ଜୟ ଗୁପ୍ତା ଓ ରଶ୍ମୀ ଗୁପ୍ତାଙ୍କ ଝିଅ ହେଉଛନ୍ତି ଦୀକ୍ଷା ଗୁପ୍ତା । ଦୀକ୍ଷାଙ୍କ ବାପା ଜଣେ ବ୍ୟବସାୟୀ କାମ କରନ୍ତି, ଆଉ ମା’ ଶିକ୍ଷୟତ୍ରୀ ଅଛନ୍ତି । ଦୀକ୍ଷା ଭିନସେଂଟ୍ କନଭେଂଟ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ନାସା ପକ୍ଷରୁ ମନୋନୀତ ହୋଇ ଦୀକ୍ଷା ବାଲେଶ୍ୱର ସମେତ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ୬ଟି ଦେଶ ଜାପାନ, ଇଣ୍ଡୋନେସିଆ, ମାଲେସିଆ , ଚାଇନା, ୟୁଏଇ ଏବଂ ଭାରତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଭାରତର ତାମିଲନାଡୁ ଓ ରାଜସ୍ଥାନରୁ ଦୁଇଜଣ ମନୋନୀତ ହୋଇଥିବାବେଳେ ଓଡିଶାରୁ କେବଳ ଦୀକ୍ଷା ମନୋନୀତ ହୋଇଛନ୍ତି । ନଭେମ୍ବର ୮ରେ ୯ଦିନ ପାଇଁ ନାସା ଯିବେ ଦୀକ୍ଷା । ସେଠାରେ ଆର୍ନ୍ତଜାତୀକ ସମ୍ମଳନୀରେ ସ୍ପେସ୍ ଏସଷ୍ଟ୍ରୋନେଟମାନଙ୍କ ସହିତ ଆଲୋଚନା କରିବା ସହ ଏକ ପ୍ରତିଯୋଗିତା ହେବ । ସେଥିରେ ୬ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେବେ । ସେଥିରେ ଟପ୍ ୫ରେ ମନୋନିତ ହେଲେ ନାସାରେ ମାଗଣାରେ ପାଠ ପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା କହିଛନ୍ତି । ଭବିଷ୍ୟତରେ ମେଡିକାଲ ରିସର୍ଚ ଲାଇନରେ ପାଠ ପଢିବାକୁ ଆଗ୍ରହୀ ଥିବା ଦୀକ୍ଷାଙ୍କ ବାପା ଝିଅର ସଫଳତାରେ ବେଶ ଖୁସି ଅଛନ୍ତି । ଦୀକ୍ଷା ସେଠାରେ ଯଦି କିଛି ଅଭିଜ୍ଞତା ହାସଲ କରିବା ସହ ପୁଣୀ ମନୋନିତ ହେଉଛି ତାହେଲେ ମୋ ପାଇଁ ଏବଂ ବାଲେଶ୍ୱର ମାଟି ପାଇଁ ଗୌରବ ଆଣିବ ବୋଲି ସଞ୍ଜୟ ଗୁପ୍ତା କହିଛନ୍ତି । ଦୀକ୍ଷାଙ୍କ ଏ ସଫଳତାରେ ବାଲେଶ୍ୱର ସହରରେ ତଥା ସ୍କୁଲରେ ଆନନ୍ଦର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here