ଯଦି ଆପଣ ଘଣ୍ଟା ଘଣ୍ଟା ଧରି ଫୋନ୍ ରେ ଗପୁଛନ୍ତି, ତାହାଲେ ହୋଇଯାଆନ୍ତୁ ସାବଧାନ. କାରଣ ଫୋନ୍ ରେ ଗପିବା ଦ୍ୱାରା ମଧ୍ୟ ଆପଣଙ୍କୁ ହେଇପାରେ ବ୍ରେନ୍ ଟ୍ୟୁମର୍. ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିବା ଦ୍ୱାରା  ବ୍ରେନ୍‌ ଟ୍ୟୁମର ହୋଇଥାଏ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଜଣା ପଡିଛି. ଫୋନ୍ ରେ ଗପିବା ଦ୍ୱାରା ଏହା ଆଖି ଉପରେ ଖରାପ ପ୍ରଭାବ ପକାଇବା ସହିତ ଅନିଦ୍ରା ଭଳି ରୋଗ ସୃଷ୍ଟି ହୋଇଥାଏ, ଯାହା ଆମ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ. ଏହାଦ୍ୱାରା କାନ ମଧ୍ୟରେ ଥିବା ମାଂସପେଶୀର ତାପମାତ୍ରା ବଢ଼ିବା ସହିତ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ. ଏଭଳି ଲାଗି ରହିଲେ ଦଶ ବର୍ଷ ପରେ ବ୍ରେନ୍‌ ସେଲ୍‌ରେ ପରିବର୍ତ୍ତନ ଘଟି ଅଯଥା କୋଷ ବିଭାଜନ ହୋଇ ଟ୍ୟୁମର ହେବାର ଆଶଙ୍କା ରହିଥାଏ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି. ତେବେ ଛୋଟ ପିଲାଙ୍କ ଉପରେ ସ୍ମାର୍ଟଫୋନ୍‌ର ଅଧିକ ଖରାପ ପ୍ରଭାବ ପଡ଼ିଥାଏ. ଏଥିପାଇଁ ଯଥା ସମ୍ଭବ ପିଲାଙ୍କୁ ସ୍ମାର୍ଟ ଫୋନ୍ ଠାରୁ ଦୂରରେ ରଖିବା ଉଚିତ୍.

LEAVE A REPLY

Please enter your comment!
Please enter your name here