ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନଙ୍କୁ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ୱିତ କରାଯାଇଛି । ୭ ଜଣ ଛାତ୍ରୀଙ୍କର ଅଭିଯୋଗ ପରେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁଣ୍ଡିଆ ଥାନାରେ ଲେଖିତ ଅଭିଯୋଗ କରିଥିଲେ । ପରେ ସୁନ୍ଦରଗଡ଼ ଡିଇଓ କାର୍ଯ୍ୟାଳୟ ତାଙ୍କୁ ତୁରନ୍ତ ନିଲମ୍ୱିତ କରିଛନ୍ତି।

ଗୁରୁଣ୍ଡିଆ ବ୍ଲକର ଏକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ନେଇ ୭ ଛାତ୍ରୀ ସଂସ୍କୃତ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ ଉକ୍ତ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା କିନ୍ତୁ କିଛି ବି ସୁଧାର ଆସିନଥିଲା । ଏନେଇ ଗୁରୁଣ୍ଡିଆ ଥାନାରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି କିନ୍ତୁ ସ୍କୁଲ ବନ୍ଦ ଥିବା କାରଣରୁ ତଦନ୍ତ ଠିକ ଭାବରେ ହୋଇପାରୁନଥିଲା । ତୁରନ୍ତ ଉକ୍ତ ଶିକ୍ଷକଙ୍କ ବିରୋଧରେ ସୁନ୍ଦରଗଡ଼ ଡିଇଓ ଦୃଢ କାର୍ଯ୍ୟନୁଷ୍ଠାନ ନେଇ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here